ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିନ୍ଦୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଗୀତିକାର ତଥା କବି ଦେବ କୋହ୍ଲିଙ୍କର ଦେହାନ୍ତ ହୋଇଯାଇଛି | କମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ମୃତ୍ୟୁର କାରଣ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ଆଜି ସନ୍ଧ୍ୟା ୬ଟା ବେଳେ ଯୋଗେଶ୍ବରୀ ୱେଷ୍ଟ୍ସ୍ଥିତ ଓଶିୱାରା ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯିବ । ପାକିସ୍ତାନର ରାୱଲ୍ପିଣ୍ଡିରେ ଜନ୍ମିତ ଦେବ କୋହ୍ଲି ୧୯୬୯ ମସିହାରେ ‘ଗୁଣ୍ଡା’ ଚଳଚ୍ଚିତ୍ର ପାଇଁ ପ୍ରଥମେ ଗୀତ ଲେଖିଥିଲେ। ‘ମୈନେ ପ୍ୟାର୍ କିୟା’, ‘ବାଜିଗର୍’, ‘ହମ୍ ଆପ୍କେ ହୈ କୌନ୍’, ‘ଜୁଡ୍ୱା-୨’, ‘ମୁସାଫିର୍’, ‘ସୁଟ୍ ଆଉଟ୍ ଆଟ୍ ଲୋଖାଣ୍ଡୱାଲା’, ‘ଟ୍ୟାକ୍ସି ନମ୍ବର ୯୧୧’ ଭଳି ଶତାଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଅନେକ ଲୋକପ୍ରିୟ ଗୀତ ରଚନା କରିଥିଲେ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..