Report Card Odisha

| Daily Odia News

ପ୍ରସନ୍ନଙ୍କୁ କଡ଼ା ଜବାବ ଦେଲେ ଦେବୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ। ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ। ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ । ସୂଚନା ଥାଉକି, ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ମିଛ କହୁଥିବା କହିଥିବାବେଳେ ଏହାର ଜବାବ ଦେଇଛନ୍ତି ଦେବୀ ମିଶ୍ର। ପାଟ୍ଟଶାଣୀ କହିଥିଲେ, ନବୀନ ଭୀଷଣ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହି ଚାଲିଛନ୍ତି। ଦଳରେ କ’ଣ ଅଛି ଯେ, ସେ ଦଳ ଗଢ଼ିବେ। ବିଜେଡିରେ ଏବେ ଷଡ଼ଯନ୍ତ୍ର ଚାଲିଛି। ମୋ’ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିବା ପାଟ୍ଟଶାଣୀ ଏତେ ଦିନରେ ତୁଣ୍ଡ ଖୋଲି କହିଛନ୍ତି।

Breaking News