Report Card Odisha

| Daily Odia News

ଦେବୀସିଂହ ଶେଖାୱତଙ୍କ ପରଲୋକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ ଘଟିଛି। ପୁଣେରେ ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିି। ସୂଚନା ମୁତାବକ, ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳ ୯ଟା ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଆଜି ପୁଣେରେ ଦେବୀସିଂହ ପାଟିଲଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାନେଇ ଜଣାପଡିଛି |

Breaking News