ରିପୋର୍ଟ କାର୍ଡ / ପୁରୀ
ଆଜି ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ୫କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ତେବେ ଏହି ବଦାନ୍ୟ ବ୍ୟକ୍ତି ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ୫କୋଟି ଟଙ୍କା ଏକାସଙ୍ଗରେ ଜଣେ ଶ୍ରଦ୍ଧାଳୁ ଦାନ କରିଛନ୍ତି।ଶ୍ରୀମନ୍ଦିରକୁ ପ୍ରଥମ ଥର ପାଇଁ ଏକକାଳୀନ କୌଣସି ଶ୍ରଦ୍ଧାଳୁ ନଗଦ ୫କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିଥିବା ସୂଚନା ମିଳିଛି। ଏକକାଳୀନ ୫କୋଟି ଟଙ୍କା ଦାନ କରିବାରେ ପ୍ରଥମ ଶ୍ରଦ୍ଧାଳୁଙ୍କ ନାମ ଜଣାପଡ଼ି ନାହିଁ। ଏଠାରେ ସୂଚନା ଯୋଗ୍ୟ ଯେ ଜଗନ୍ନାଥ ମନ୍ଦିରରେ ଥିବା ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦାନ କରିଥିବା ଅର୍ଥରାଶି ମିଳିଥାଏ। ଗୋଟିଏ ହୁଣ୍ଡି ଖୋଲି ଟଙ୍କା ହିସାବବେଳେ ଏକକାଳୀନ ଜଣେ ଶ୍ରଦ୍ଧାଳୁ ୫କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଥିଲା।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….
ମେ’ ରେ ମାଟ୍ରିକ୍ ରେଜଲ୍ଟ…..