ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିମାନରେ ଯାତ୍ରା ଉପରେ ଡିଜିସିଏ ଏକ ନୂତନ ନିର୍ଦ୍ଦେଶ ନାମା ଜାରିକରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ସମସ୍ତେ ବିମାନ ଯାତ୍ରା କରିପାରିବେ ନାହିଁ | ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ବିମାନ ଯୋଗେ ଯାତ୍ରା କରିବାକୁ ସକ୍ଷମ କି ନାହିଁ, ଏହା ବିମାନ କମ୍ପାନୀ ସ୍ଥିର କରିବେ ନାହିଁ | ଏହା ଡାକ୍ତର ହିଁ ସ୍ଥିର କରିବେ। ଯଦି ଡାକ୍ତର କୌଣସି ଯାତ୍ରୀଙ୍କୁ ବିମାନରେ ଯିବା ପାଇଁ ଅକ୍ଷମ ବୋଲି କୁହନ୍ତି, ତେବେ ସେହି ଯାତ୍ରୀ ଯାତ୍ରା କରିପାରିବେ ନାହିଁ। ଉଲ୍ଲେଖ ଯୋଗ୍ୟ- ରାଞ୍ଚି ବିମାନବନ୍ଦରରେ ଥିବା ଏୟାରଲାଇନ କମ୍ପାନୀ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ଯିବାକୁ ଅନୁମତି ଦେଇନଥିଲେ। ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ଏହାକୁ ଖୁବ୍ ବିରୋଧ ମଧ୍ୟ କରାଯାଇଥିଲା। ଏହାପରେ ଇଣ୍ଡିଗୋର ଏହି କାର୍ଯ୍ୟ ଉପରେ ଡିଜିସିଏ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା। ଏହାପରେ ଡିଜିସିଏ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।






More Stories
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..
ଆଜି ଭାରତ ଆସୁଛନ୍ତି ପୁଟିନ୍……
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..