Report Card Odisha

| Daily Odia News

ମାର୍ଚ୍ଚ ୩୧ ପୂର୍ବରୁ ବସିବ ବଜେଟ୍ ଅଧିବେଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବଜେଟ୍ ଅଧିବେଶନ ତାରିଖ ଘୋଷଣା କରାଯିବ । ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଗତକାଲି ଠାରୁ ଆରମ୍ଭ ହୋଇଛି ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ । ପରବର୍ତ୍ତୀ ବିଧାନସଭା ଟିଭି ଆରମ୍ଭ ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ବିଧାନସଭା ଟିଭିରେ ବିଧାନସଭା ସଂକ୍ରାନ୍ତୀୟ ଖବର ପ୍ରସାରଣ ହେବ । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ।

 

Breaking News