ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପନିର୍ବାଚନ ପୂର୍ବରୁ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରିଛି । ଦେଶୀ ଓ ବିଦେଶୀ ମଦ ପେଟି ସହ ଟାଟା ଏସି ଗାଡି ଜବତ କରିବା ସହିତ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ- ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକଙ୍କ ନେତୃତ୍ୱରେ ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର, ପିରିଜିପୁର, କଲ୍ୟାଣୀ, ଚୂଡ଼ାକୁଟି ବଜାର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଏଥିରେ ଗୋଟିଏ ଟାଟା ଏସି ମାଲବାହୀ ଗାଡିରୁ ବିପୁଳ ପରିମାଣ ଲିଟର ବିଦେଶୀ ମଦ ଜବତ କରିବା ସହିତ ୪୦ ଲିଟର ଦେଶୀ ଏବଂ ଆସ୍କା ଫର୍ଟି ମଦ ଜବତ ହୋଇଛି । ଏହାସହ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଧାମନଗର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁର ଧ୍ରୁବଚରଣ ମହାରଣା, ଭଗବାନପୁର ଗାଁର ରମେଶ ବେହେରା ଓ ପିରିଜିପୁର ଗାଁର ଅନନ୍ତ ବେହେରା l ତେବେ ଜବତ ହୋଇଥିବା ମଦ ଓ ଗାଡିରୁ ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..