ରିପୋର୍ଟ କାର୍ଡ / ଭଦ୍ରକ
ଧାମନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଆସନ୍ତା ୩ ତାରିଖରେ ଭୋଟ୍ ଗ୍ରହଣ । ସେଥି ପାଇଁ ତାର ୪୮ଘଣ୍ଟା ଆଗରୁ ଆଜି ସନ୍ଧ୍ୟା ୫ଟାରେ ସରିବ ନିର୍ବାଚନ ପ୍ରଚାର । ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିଲେ । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ସ୍ଥାନୀୟ ବାସନ୍ତୀ ପଡ଼ିଆରେ ଭୋଟର୍ ଙ୍କୁ କରିବେ ସମ୍ବୋଧନ । ଗତ ୨୮ ଓ ୨୯ ତାରିଖରେ ଧର୍ମେନ୍ଦ୍ର ପ୍ରଚାର କରିଥିଲେ । ଆଜି ପୁଣି ଥରେ ଭୋଟରଙ୍କୁ ଅପିଲ କରିବେ ଧର୍ମେନ୍ଦ୍ର । ଗତକାଲି ପ୍ରାର୍ଥୀଙ୍କ ଲାଗି ଭର୍ଚ୍ଚୁଆଲ୍ ପ୍ରଚାର କରି ନବୀନ ପଟ୍ଟନାୟକ କହିଛନ୍ତି, ମିଶନ୍ ଶକ୍ତି ମହିଳାମାନଙ୍କୁ ନୂଆ ପରିଚୟ ଦେଇଛି | ଧାମନଗରବାସୀ ୬ଟି ଜୋନ୍ ରେ ବିଜେଡିକୁ ସେବାର ସୁଯୋଗ ଦେଇଛନ୍ତି । ମୋର ବିଶ୍ବାସ ଆଗକୁ ଏହି ଧାରା ଜାରି ରହିବ । ମୁଁ ଚାହୁଁଛି ଜଣେ ମା’ ବିଧାୟକ ହୁଅନ୍ତୁ । ଧାମନଗର ବିକାଶର ଦାୟିତ୍ବ ମୋର ।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ବଦଳିଲା MGNREGA ନାଁ…..