Report Card Odisha

| Daily Odia News

ଆସନ୍ତାକାଲି ଧାମନଗର ଭୋଟ୍……

ରିପୋର୍ଟ କାର୍ଡ / ଭଦ୍ରକ

ଆସନ୍ତାକାଲି ଧାମନଗର ଉପନିର୍ବାଚନର ଭୋଟ୍ ଗ୍ରହଣ । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି। ଗତକାଲି ୨୧୮ଟି ବୁଥକୁ ପୁଲିଂ ପାର୍ଟି ଯାଇଥିବା ବେଳେ ଆଜି ୩୪ଟି ବୁଥକୁ ପୁଲିଂ ପାର୍ଟି ଯିବେ। ଆସନ୍ତାକାଲି ସକାଳ ୭ରୁ ଭୋଟଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୨୫୨ଟି ମତଦାନ କେନ୍ଦ୍ର କରାଯାଇଛି। ତା’ ଭିତରୁ ସମ୍ବେଦନଶୀଳ ୧୨୬ଟି ବୁଥ୍ରେ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂରା ନିର୍ବାଚନ ମଣ୍ଡଳୀକୁ ତିନିଟି ଜୋନରେ ବିଭକ୍ତ କରାଯାଇ ୨୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୪ କଂପାନି ସିଏପିଏଫ୍ ନିଯୁକ୍ତ କରାଯାଇଛି। ଉପନିର୍ବାଚନ ମଇଦାନରେ ଏଥର ୫ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର।

 

Breaking News