ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ନାମ ଘୋଷଣା କରିଛି । ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁରେ ଦଳ କରିଥିବା ସୂଚନା ମିଳିଛି । ରବିବାର କେନ୍ଦ୍ରୀୟ ବିଜେପି ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଏହା ପୂର୍ବରୁ ହିଁ ସୂର୍ଯ୍ୟବଂଶୀ ଧାମନଗରରେ ନିଜ କ୍ୟାଂପେନ୍ ଆରମ୍ଭ କରିସାରିଛନ୍ତି। ସେପଟେ ବିଜେପି ଟିମ୍ ବୈଠକ କରି ନିର୍ବାଚନ ଜିତିବା ରଣନୀତି ପ୍ରସ୍ତୁତ କରିଛି। ଏବେ ଦଳ ପ୍ରଚାର ଜୋରସୋରେ କରିବା ପାଇଁ ପ୍ରସ୍ତୁତ ହୋଇଛି। ତେବେ ବିଜେଡି ଓ କଂଗ୍ରେସ୍ ଏଯାଏଁ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକା ନେଇପାରିନ୍ତି ସଂଖ୍ୟାଲଘୁ ଭୋଟର୍। ଏଠାରେ ୨୦ ପ୍ରତିଶତରୁ ଅଧିକ ସଂଖ୍ୟାଲଘୁ ଭୋଟର୍ ଥିବାରୁ ସେମାନଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀରେ ବିଜେଡି ଆୟୋଜନ କରିଥିଲା ସମାବେଶ। ଷେଣ୍ଢପୁରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା ସେଠାରେ ଅନୁଷ୍ଠିତ ସଭାରେ ବିଜେଡିରେ ହେଭିେଓ୍ୱଟ୍ ନେତାମାନେ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ବଖାଣିଥିଲେ। ଆଜି ପିସିସି ସଭାପତି ଓ ଗଠିତ କମିଟି ମଧ୍ୟରେ ବୈଠକ ହେବ ତାପରେ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ମିଳିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……