Report Card Odisha

| Daily Odia News

ଆଜି ଧାମନଗର ଏନ୍ଏ‌ସିର ୬ଟି ବୁଥରେ ମତଦାନ…..

ରିପୋର୍ଟ କାର୍ଡ / ଭଦ୍ରକ

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏ‌ସିର ୬ଟି ବୁଥରେ ହେବ ପୁନଃ ମତଦାନ ହେବ। ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ ଜାରିରହିବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ୧୧ ପ୍ଲାଟୁନ ଫୋର୍ସ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ୨୦ଜଣ ନିୟୋଜିତ ହୋଇଛନ୍ତି। ଗତ ମାର୍ଚ୍ଚ ୨୪ତାରିଖରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ୱାର୍ଡ଼ ଅନ୍ତର୍ଗତ ୬ଟି ବୁଥରେ ମତଦାନ ସମୟରେ ହିଂସାକାଣ୍ଡ ହୋଇଥିଲା। କିଛି ଅସାମାଜିକ ବ୍ୟକ୍ତି ଅତର୍କିତ ଭାବେ ବୁଥ୍ ଭିତରେ ପହଞ୍ଚି ମାରପିଟ୍ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଇଭିଏମକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଛୁରାମାଡ଼ ସହ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିଯୋଗୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩, ୮, ୯, ୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା। ନିର୍ବାଚନ ଆୟୋଗ ଏହି ବୁଥ୍ ଗୁଡିକରେ ସାନି ମତଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ୬ ତାରିଖରେ ମତଗଣନା ହେବ।

 

Breaking News