ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଦେବ ନୀତି ଅନୁଷ୍ଠିତ ହେବ। ଦକ୍ଷିଣ ଘରେ ବିରାଜିତ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ନଗର ପରିକ୍ରମାରେ ବାହାରନ୍ତି। ବିମାନବଡୁ ସେବକମାନେ ଏକ ପଟୁଆରରେ ଠାକୁରଙ୍କୁ ବିମାନରେ ନେଇ ଚାରି ଆଶ୍ରମରେ ବିଜେ କରାଇବେ। ପ୍ରଥମେ ମାର୍କଣ୍ଡତୀର୍ଥୀସ୍ଥିତ ମାର୍କଣ୍ହ ଋଷିଙ୍କ ଆଶ୍ରମକୁ ବିଜେ ହୋଇ ପରେ ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା ଆଶ୍ରମ, ବାଲିସାହିସ୍ଥିତ ଭୃଗୁ ଆଶ୍ରମ ହୋଇ ଶେଷରେ ହରଚଣ୍ଡୀସାହିସ୍ଥିତ ପଣ୍ଡୁ ଆଶ୍ରମରେ ଠାକୁର ବିଜେ ହୋଇଥାନ୍ତି। ଆଶ୍ରମରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଏ। ଏହାପରେ ଶ୍ରୀମନ୍ଦିର ବାହୁଡିଥାନ୍ତି ଚଳନ୍ତି ପ୍ରତିମା।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..