Report Card Odisha

| Daily Odia News

ଜାନୁଆରୀ ୩ ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା….

ରିପୋର୍ଟ କାର୍ଡ / ବରଗଡ଼

ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏହା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧୦ ଦିନ ଧରି ଚାଲିବ। ଧନୁଯାତ୍ରା କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ୨୦୨୩-୨୪ ବର୍ଷ ଧନୁଯାତ୍ରାରେ ହୋଇଥିବା ଆୟବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ କମିଟିର ସଦସ୍ୟମାନେ ଦେଇଥିବା ମତାମତକୁ ଆଗାମୀ ବୈଠକରେ ଆଲୋଚନା କରିବାକୁ ସ୍ଥିର ହୋଇଛି। ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସୁରେଶ୍ୱର ଶତପଥୀ, ବିଗତ ବର୍ଷର ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ।

Breaking News