ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ଗଞ୍ଜାମରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୋଲିସ । ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଗତ ୧୦ ତାରିଖ ଦିନ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ତିନି ଜଣ ଅଭିଯୁକ୍ତ । ଯାହାର ମାଷ୍ଟରମାଇଣ୍ଡ ଥିଲା ଏହି ଜୋକର ହାପି । ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..