Report Card Odisha

| Daily Odia News

ମୋହନ ଭାଗବତ,ଯୋଗୀ ଅବିବାହିତ ସାଧାରଣ ଲୋକଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ କୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଅଭିଯୋଗ ଜାରି ରହିଛି। ଏବେ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗବିଜୟ ସିଂ କହିଛନ୍ତି, ଭାଜପା ଏବଂ ଆରଏସଏସ ମନୁସ୍ମୃତି ଦ୍ୱାରା ଦେଶକୁ ଶାସନ କରିବାକୁ ଚାହୁଁଛନ୍ତି। ମୋହନ ଭାଗବତ ଏବଂ ଯୋଗୀ ଆଦିତ୍ୟନାଥ ବିବାହିତ ନୁହଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୃହସ୍ଥ ନୁହଁନ୍ତି, ତେଣୁ ପରିବାର ଚଳାଇବାରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ, ତେଣୁ ସାଧାରଣ ଲୋକଙ୍କ ଯନ୍ତ୍ରଣା ସେମାନେ ବୁଝିବାରେ ଅସମର୍ଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମାଜିକ ସମନ୍ବୟର ନୀତି ଭୁଲିଯାଉଛନ୍ତି ଏବଂ ୮୦-୨୦ ବିଷୟରେ କଥାବାର୍ତ୍ତା କରୁଛନ୍ତି। ରାଜ୍ୟ ତଥା ଦେଶରେ ଭାଜପା ଶାସନରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଏହି ଅବସରରେ ଦିଗ୍‌ବିଜୟ ବେକାରୀ ବିଷୟରେ ସେ ଏକ ବୁକଲେଟ ମଧ୍ୟ ପ୍ରକାଶ କରିଛନ୍ତି।

Breaking News