ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦେନା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କା ରାଜନୀତିର ତୁଙ୍ଗ ନେତା ୭୩ ବର୍ଷିୟ ଗୁଣବର୍ଦେନା ପୂର୍ବରୁ ବୈଦେଶିକ ଏବଂ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏପ୍ରିଲ୍ ମାସରେ ତାଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଦେଶରୁ ପଳାଇଯାଇ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ୭୩ ବର୍ଷିୟ ବିକ୍ରମସିଂଘେ ଗୁରୁବାର ଦିନ ଦେଶର ୮ମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଫଳରେ ଦେଶର ପ୍ରଧାନମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ଆଜି ‘ପୋଦୁଜନ ପେରମୁନା ପାର୍ଟି’ର ନେତା ଗୁଣବର୍ଦେନା ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଉପସ୍ଥିତିରେ ଶପଥ ନେବା ସହିତ ସେନା ଅଧିକାରୀ, ସାଂସଦ ଏବଂ ସରକାରୀ ଅଧିକାରୀମାନେ ଥିବା ପ୍ରକୋଷ୍ଠରେ ବସିଥିଲେ। ଦେଶର ଆର୍ଥିକ ସଙ୍କଟର ମୁକାବିଲା ନିମନ୍ତେ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ରୁ ସହାୟତା ଲୋଡ଼ିବା ସହିତ ରାଷ୍ଟ୍ରପତି ବିକ୍ରମସିଂଘେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..