ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୬୪ କୋଟି ଟଙ୍କା ଫେରସ୍ତ କରିବାକୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଡିଆଇପି ନୋଟିସ୍ କରିଛି । ୧୦ ଦିନ ମଧ୍ୟରେ ସମସ୍ତ ଟଙ୍କା ଫେରାଇାବକୁ କୁହାଯାଇଛି । ସୂଚନା ଅନୁଯାୟୀ, ୨୦୧୫-୧୬ରେ ସରକାରୀ ବିଜ୍ଞାପନ ନାଁରେ ଏହି ଟଙ୍କା ଆସିଥିବା ବେଳେ, ଦଳୀୟ ପ୍ରଚାରରେ ଲାଗିଥିବା ଅଭିଯୋଗରେ ଏହି ନୋଟିସ୍ ହୋଇଛି । ଆପକୁ ୯୭ କୋଟି ଟଙ୍କା ଫେରସ୍ତ କରିବାକୁ କୁହାଯାଇଥିଲା । ଏହାର ଗୋଟିଏ ମାସ ପରେ ନୋଟିସ୍ ହୋଇଥିଲା । ବର୍ତ୍ତମାନ ଏହାର ସୁଧ ହାର ମିଶି ୧୬୪ କୋଟି ଟଙ୍କା ବୃଦ୍ଧି କରାଯାଇଛି । ଏହି ଅର୍ଥରାଶିକୁ ଯଥାଶୀଘ୍ର ପୈଠ କରିବାକୁ କୁହାଯାଇଛି






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……