ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟ ସରକାର ପଞ୍ଚାୟତ ପଦବୀ ପାଇଁ ଶନିବାର ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଓ୍ଵାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ନିର୍ବାଚନ ପାଇଁ ସରକାର ଆହ୍ଵାନ କରିଛନ୍ତି। ନିର୍ବାଚନ ପୂର୍ବରୁ ସରକାର ଏହି ଶେଷ ପଦକ୍ଷେପ ନେଇଛନ୍ତି। ଏହା ପରେ ଯେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏ ନେଇ ସୋମବାର ସର୍ବଦଳୀୟ ବୈଠକ ବସିବ। ଏହା ପରେ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।






More Stories
ଓଡ଼ିଶାରେ SIR ସ୍ଥଗିତ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..