ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଏକ ଝଟ୍କା। ଘର ଖାଲି କରିବାକୁ କଂଗ୍ରେସ ନେତାଙ୍କୁ ନୋଟିସ୍ ହୋଇଛି । ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଘର ଆବଣ୍ଟନ କରାଯାଇଥିଲା। ତେବେ ଏପ୍ରିଲ ୨୨ ସୁଦ୍ଧା ରାହୁଲଙ୍କୁ ଏହି ସରକାରୀ ବାସଭବନ ଛାଡିବାକୁ ପଡ଼ିବ। ଉକ୍ତ ନୋଟିସ୍ ଅନୁଯାୟୀ, ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..