ରିପୋର୍ଟ କାର୍ଡ / ଭୁବନେଶ୍ୱର
କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି । ସେପଟେ ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ତଳି ଅଞ୍ଚଳରେ ବର୍ଷା ପାଣି ରହିଛି । କେଉଁଠି ବି ବନ୍ୟା ପାଣି ପଶି ନାହିଁ । ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଏବଂ ବନ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି । ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି । ଯଦି ବନ୍ୟା ସ୍ଥିତି ଉପୁଜେ ସରକାର ପ୍ରସ୍ତୁତ ଅଛନ୍ତି । ବନ୍ୟା ପାଣି ପଶିଲେ ଲୋକମାନେ ତୁରନ୍ତ ବନ୍ୟା ଆଶ୍ରୟ ସ୍ଥଳୀକୁ ଚାଲି ଆସନ୍ତୁ । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ର କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, ଜିଲ୍ଲାପାଳମାନଙ୍କୁ କ୍ଷତିପୂରଣ ରାଶି ପଠାଇ ଦିଆଯିବ | ଅନ୍ୟପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ହୀରାକୁଦରେ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି | ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ ନିଷ୍କାସନ ହେଉଛି | ଆସନ୍ତାକାଲି ମୁଣ୍ଡୁଳିରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପଂହଁଚିବ | ବିପଦ ସଂକୁଳ ତଳେ ରହିବ | ଉପରେ ଅଧିକ ବର୍ଷା ହେଲେ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ | ଜଳ ଭଣ୍ଡାର ସ୍ତର ହ୍ରାସ ପାଉଛି | ତଳ ମୁଣ୍ଡରେ ବନ୍ୟା ସ୍ଥିତି ନାହିଁ | ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଖୋଲାହୋଇଛି | ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ନାହିଁ |
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..