ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ । ସମସ୍ତେ ସତର୍କ ରହିବା ଉଚିତ ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି। ସେ କହିଛନ୍ତି, କୋଭିଡ୍ ନିୟମ ମାନିବା ଉଚିତ। ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ବଢିବାର ବିଭିନ୍ନ କାରଣ ହୋଇପାରେ । ସେ ଦୃଷ୍ଟିରୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼, ଚିକିତ୍ସା ସୁବିଧା ସହ ଅକ୍ସିଜେନ୍ ମହଜୁଦ ରଖିଛନ୍ତି । ଦୁଇରୁ ତିନି ଦିନ ହେଲା ସମୀକ୍ଷା କରାଯାଉଛି । ପୂର୍ବରୁ ଡେଲ୍ଟା ଭାଇରସ୍ ମୁକାବିଲା ନେଇ ଅଭିଜ୍ଞତା ଅଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଛି । କିନ୍ତୁ ଖାମଖିଆଲି ହେବା କଥା ନୁହେଁ । ଆଶ୍ବସ୍ତିକର ରହିଛି ବର୍ତ୍ତମାନର ସଂକ୍ରମଣ । କିନ୍ତୁ ସାବଧାନ ରହିବା ଉଚିତ । ତୃତୀୟ ଲହର ଆସିପାରେ । ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବା ବୋଲି ଡିଏମଇଟି କହିଛନ୍ତି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….