Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ସେହିପରି ପୂର୍ବତନ ପରିବହନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ପୁଣିଥରେ କ୍ୟାବିନେଟରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବେ ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଥିଲେ।ଉଦୟନିଧି ଷ୍ଟାଲିନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ଏମ୍‌କେ ଷ୍ଟାଲିନ୍‌ ସୁପାରିଶ କରିଥିଲେ। ଏହାପରେ ରାଜ୍ୟପାଳ ମଧ୍ୟ ତାଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି। ଆଜି ଅପରାହ୍ଣରେ ଚେନ୍ନାଇ ରାଜଭବନରେ ଉଦୟନିଧି ଷ୍ଟାଲିନ ଶପଥ ନେବେ।

Breaking News