Report Card Odisha

| Daily Odia News

ଡାକ୍ତରଙ୍କ ହାତଗୋଡ଼ ବାନ୍ଧି ଗଳା କାଟିଦେଲେ ଦୁର୍ବୃତ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଡାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇଛି। ଡାକ୍ତରଙ୍କ ବାସଭବନରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଲୁଟ୍‌ପାଟ ଘଟଣାରୁ ଏପରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି। ମୃତ ଡାକ୍ତରଜଣକ ହେଲେ ୬୩ ବର୍ଷୀୟ ଯୋଗେଶ ଚନ୍ଦ୍ର ପଲ । ସେ ସାଉଥ୍‌ ଦିଲ୍ଲୀରେ ରହୁଥିଲେ। ହଠାତ୍‌ ପୋଲିସ ଏକ କଲ୍‌ ପାଇ ଡା. ପଲଙ୍କ ଘରେ ପହଞ୍ଚିଥିଲା । ଏହାପରେ ଯାହା ଦେଖିଲା ତାଜୁବ ହୋଇଗଲା। କାରଣ ରୋଷେଇ ଘରେ ଡାକ୍ତରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃଦେହ ପଡ଼ିଥିଲା। ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ବେଳେ ଗଳା କଟା ଯାଇଥିଲା । ପ୍ରାୟ ୩, ୪ ଲୁଟେରା ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶି ଏପରି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘରର ଆସବାବପତ୍ର ଚାରି ଆଡ଼େ ବୀକ୍ଷିପ୍ତ ଭାବେ ପଡ଼ି ରହିଛି। ତେଣୁ ଲୁଟେରାମାନେ ଲୁଟ୍‌ ଉଦ୍ଦେଶ୍ୟରେ ପଶିଥିବା ବେଳେ ଡା. ପଲ ବିରୋଧ କରିବାରୁ ସେମାନେ ତାଙ୍କ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଡା. ପଲଙ୍କ ପତ୍ନୀ ଦିଲ୍ଲୀ ସରକାରୀ ହସ୍ପିଟାଲରେ ଡାକ୍ତର ଥିବାରୁ ସେ ଘଟଣା ବେଳେ ଘରେ ଉପସ୍ଥିତ ନ ଥିଲେ। ଉକ୍ତ ସମୟରେ ଡା. ପଲଙ୍କ ପୋଷା କୁକୁର ଘରେ ଥିଲେ। ମାତ୍ର ଲୁଟେରାମାନେ ସେମାନଙ୍କୁ ଏକ ରୁମ୍‌ରେ ଲକ୍‌ କରି ଏହି ବୀଭତ୍ସ କାଣ୍ଡ ଘଟାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Breaking News