Report Card Odisha

| Daily Odia News

ଆଫଗାନିସ୍ତାନର ଏଭଳି ସଙ୍କଟ ପାଇଁ ଜୋ ବାଇଡେନ୍‌ଙ୍କୁ ଦାୟୀ କଲେ ଟ୍ରମ୍ପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ପଦରୁ ଇସ୍ତଫା ଦେବା ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ କବଜା କରିଛି | ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ | ଆଫଗାନିସ୍ତାନ ସରକାର ପତନ ଘଟିଛି | ଏହାକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି | ଏହା ସହିତ ବାଇଡେନ୍‌ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଟ୍ରମ୍ପ ।ଏନେଇ ରବିବାର ଟ୍ରମ୍ପ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଇସ୍ତଫା ଦେବାର ସମୟ ଆସିଛି।

Breaking News