ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୧୬ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଜଣେ ‘ପର୍ଣ୍ଣ ଷ୍ଟାର୍’ଙ୍କୁ ‘ହସ୍ ମନି’ ଦିଆଯାଇଥିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ନ୍ୟୁୟର୍କର ଏକ ‘ଗ୍ରାଣ୍ଡ୍ ଜୁରି’ ଅଭିଯୁକ୍ତ କରିଛନ୍ତି। ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଅପରାଧିକ ମାମଲାରେ ସମ୍ମୁଖୀନ ହେବାରେ ଏହା ହେଉଛି ପ୍ରଥମ ଘଟଣା। କିନ୍ତୁ, ତାଙ୍କ ନାମରେ ଆଗତ ଏହି ଅଭିଯୋଗକୁ ସାର୍ବଜନୀନ କରାଯାଇ ନାହିଁ । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ଙ୍କ ବ୍ୟକ୍ତିଗତ ଓକିଲ ‘ପର୍ଣ୍ଣ ଷ୍ଟାର୍’ ଷ୍ଟର୍ମି ଡାନିଏଲ୍ଙ୍କୁ ପ୍ରଦାନ କରିଥିବା ଅର୍ଥ ଘଟଣାରେ ଦୀର୍ଘ ଏକ ବର୍ଷ ତଦନ୍ତ କରାଯିବା ପରେ ନ୍ୟୁୟର୍କରେ ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯାଇଛି। ଟ୍ରମ୍ପ୍ଙ୍କ ସହିତ ଥିବା ଅନୈତିକ ସମ୍ପର୍କ କଥା ପ୍ରଘଟ ନ କରିବା ଲାଗି ଷ୍ଟର୍ମି ଡାନିଏଲ୍ଙ୍କୁ ୧୩୦,୦୦୦ ଟଙ୍କା ଦିଆଯାଇଥିବା କଥା ତଦନ୍ତରୁ ଜଣାପଡ଼ିବା ପରେ ‘ଗ୍ରାଣ୍ଡ୍ ଜୁରି’ ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯିବା ସପକ୍ଷରେ ଭୋଟ୍ ଦେଇଛି। ଟ୍ରମ୍ପ୍ଙ୍କୁ ଅଭିଯୁକ୍ତ କରାଯାଇଛି ବୋଲି ଏହି ଘଟଣାର ତଦନ୍ତ କରିଥିବା ମାନ୍ହଟନ୍ ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ଅଲ୍ବିନ୍ ବ୍ରାଗ୍ଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି । ୨୦୨୪ରେ ‘ରିପବ୍ଲିକାନ୍’ ପାର୍ଟିରୁ ପୁଣି ରାଷ୍ଟ୍ରପତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଚାହୁଁଥିବା ଟ୍ରମ୍ପ୍ , ଏହି ତଦନ୍ତକୁ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି । କୌଣସି ପ୍ରମାଣ ନ ଦେଇ ଥିଲେ ବି ଟ୍ରମ୍ପ୍ କହିଛନ୍ତି, ଏହା ହେଉଛି ରାଜନୈତିକ ଆକ୍ରୋଶ ଏବଂ ନିର୍ବାଚନରେ ହସ୍ତକ୍ଷେପ। ଏହି ମାମଲାରେ ମୁଁ ସମ୍ପୂର୍ଣ୍ଣ ନିର୍ଦୋଶ ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..