ରିପୋର୍ଟ କାର୍ଡ / ଭୁବନେଶ୍ୱର
ମିଶନ ଶକ୍ତି ମହିଳାଙ୍କ ଧାରଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସୋମବାର ଏ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି। ମହିଳା ମାନଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। କାହା କଥାରେ ପଡି ରାସ୍ତାରେ ଗଡିବାର କୌଣସି ଆବଶ୍ୟକତା ନାହିଁ। ମହିଳାଙ୍କ ସ୍ଵାର୍ଥରେ ଯାହା ଠିକ୍ , ସେହି ଅନୁସାରେ ସରକାର ପଦକ୍ଷେପ ନେବେ। ତେବେ ସୋମବାର ବିଧାନସଭା ସମ୍ମୁଖରେ ବିଭିନ୍ନ ସଙ୍ଗଠନ ଧାରଣାରେ ବସିଥିଲେ। ଗତ ୬ ମାସର ବକେୟା ଦରମା ଦାବି ନେଇ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଧାନସଭା ଚାଲିଥିବାବେଳେ ସେମାନେ ନିଜର ସମସ୍ୟ ସରକାରଙ୍କୁ ଜଣାଇବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇଥିଲା । ସେପଟେ ବିକ୍ଷୋଭକାରୀ ମହିଳା ମାନଙ୍କ ସହ ବିଜେଡି ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….