ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ଝରକା ଓ କବାଟରୁ ଖଣ୍ଡେ ଭାଙ୍ଗି ଉଡ଼ିଯିବାରୁ ‘ଏଲସ୍କା ଏୟାର୍ଲାଇନ୍ସ୍’ର ଗୋଟାଏ ବୋଇଙ୍ଗ୍ ବିମାନ ଆମେରିକୀୟ ପ୍ରଦେଶ ଓରେଗନ୍ରେ ଜରୁରୀକାଳନୀ ଅବତରଣ କରିଥିବା ଜଣାପଡିଛି | ଜଣେ ଯାତ୍ରୀ ପଠାଇଥିବା ଫଟୋରେ ଦେଖାଯାଉଛି ପ୍ରସ୍ଥାନ ପଥ ଧାଡ଼ିରେ ଥିବା ଗୋଟାଏ କବାଟ ଓ ଝରକା ନାହିଁ। କିନ୍ତୁ, ଏହି ଅଘଟଣରେ କେହି ଆହତ ହୋଇଛନ୍ତ କି, ନାହିଁ, ତାହା ଜଣାପଡ଼ିନି। ଅନ୍ୟ କେତେକ ଯାତ୍ରୀ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ଯେ, ବିମାନରୁ ‘ମିଡ୍-କ୍ୟାବିନ୍ ଡୋର୍’ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଇଛି। ସଂଗୃହୀତ ସୂଚନା ଅନୁସାରେ, ଅପରାହ୍ଣ ୪.୫୨ରେ ବିମାନଟି ପୋର୍ଟଲାଣ୍ଡ୍ରୁ କାଲିଫର୍ଣ୍ଣିଆ ଅନ୍ତର୍ଗତ ଅଣ୍ଟାରିଓ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ, ଅପରାହ୍ଣ ୫.୩୦ ପୂର୍ବରୁ ପୁଣି ଫେରି ଆସିଲା। ‘ଏକ୍ସ’ ପୋଷ୍ଟ୍ରେ ଏଲସ୍କା ଏୟାର୍ଲାଇନ୍ସ୍ କହିଛି: ପୋର୍ଟଲାଣ୍ଡ୍ରୁ କାଲିଫର୍ଣ୍ଣିଆର ଅଣ୍ଟାରିଓ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପରେ ପରେ ଆଜି ସନ୍ଧ୍ୟାରେ ‘ଏଏସ୍୧୨୮୨’ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୭୧ଜଣ ଯାତ୍ରୀ ଓ ୬ଜଣ ପରିଚାରକ ଥିବା ଉକ୍ତ ବିମାନଟି ନିରାପଦରେ ଫେରିଆସି ପୋର୍ଟଲାଣ୍ଡ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। ଘଟଣା ସଂକ୍ରାନ୍ତରେ ଆମେ ତଦନ୍ତ କରୁଛୁ। ଯାହା ସୂଚନା ମିଳିବ ତୁରନ୍ତ ଅବଗତ କରାଇବୁ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..