Report Card Odisha

| Daily Odia News

କେନ୍ଦ୍ରର ଗୋଡ ଟଣା ନୀତି,‘ଘର-ଘର ରାସନ ଯୋଜନା’କୁ ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ସରକାର ଲାଗୁକରିଥିବା ‘ଘର-ଘର ରାସନ ଯୋଜନା’କୁ କେନ୍ଦ୍ର ସରକାର ବନ୍ଦ କରିଛନ୍ତି | ଏହା ପରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ସରକାର | ଦିଲ୍ଲୀ ସରକାରଙ୍କ ସୂତ୍ର ଅନୁଯାୟୀ, କେନ୍ଦ୍ର ଏହି ଯୋଜନା ଉପରେ ଏଥିପାଇଁ ରୋକ୍ ଲଗାଇଛି, କାରଣ କେଜ୍ରିଓ୍ଵାଲ ସରକାର କେନ୍ଦ୍ରଠୁ ମଞ୍ଜୁରୀ ନେଇ ନାହାନ୍ତି। ଅଧିକାରୀ କହିଛନ୍ତି, ଏହି ଯୋଜନାରେ ୭୨ ଲକ୍ଷ ଲୋକଙ୍କୁ ଘର ଘର ଯାଇ ଶସ୍ତାରେ ରାସନ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଦିଲ୍ଲୀ ପ୍ରଥମେ ଏହି ଯୋଜନାକୁ ‘ମୁଖ୍ୟମନ୍ତ୍ରୀ ଘର-ଘର ରାଶନ ଯୋଜନା’ ମାମରେ ଆରମ୍ଭ କରିବାକୁ ଘୋଷଣା କରିଥିଲା। ମାର୍ଚ୍ଚ ୨୫ରେ ଏହାକୁ ଉଦଘାଟନ କରାଯିବାର ଥିଲା,ମାତ୍ର କେନ୍ଦ୍ର ସରକାରଙ୍କ ଆପତ୍ତି ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଆଧାରରେ ସବସିଡିରେ ମିଳୁଥିବା ଖାଦ୍ୟ ପଦାର୍ଥକୁ ଏହି ଯୋଜନାରେ ବ୍ୟହହାର କରାଯାଇ ପାରିବ ନାହିଁ। ଯୋଜନାରେ ଯେ କୌଣସି ପରିବର୍ତ୍ତନ ସଂସଦ କରିପାରିବ। ଏହା ପରେ ଦିଲ୍ଲୀ ସରକାର ଏହି ଯୋଜନାକୁ ବିନା କୌଣସି ନାମରେ ଆରମ୍ଭ କରିବାକୁ ଘୋଷଣା କରିଥିଲେ । କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ଯୋଜନାରୁ ମୁଖ୍ୟମନ୍ତ୍ରୀ ନାମ ହଟାଇ ଦିଆଗଲା । ହେଲେ କେନ୍ଦ୍ର ସରକାର ପୁଣି ଥରେ ଏହା ଉପରେ ରୋକ୍ ଲଗାଇ ଦେଇଛନ୍ତି । କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ଖାଦ୍ୟ ଯୋଗାଣ ସଚିବଙ୍କୁ ଚିଠି ଲେଖି ଏହି ଯୋଜନା ଆରମ୍ଭ ନକରାଯାଉ ବୋଲି ଜଣାଇଥିଲେ। କିନ୍ତୁ କେଜ୍ରିଓ୍ଵାଲ ସରକାର ଏହି ଯୋଜନା ପାଇଁ ଟେଣ୍ଡର ଜାରି କରି ସାରିଥିଲେ ଏବଂ ମାର୍ଚ୍ଚ ୨୫ରେ ଏହାର ଉଦଘାଟନ ହେବାର ଥିଲା। କେନ୍ଦ୍ରର ଏହି ପଦକ୍ଷେପ ପରେ ଆପ୍‌ ପ୍ରଶ୍ନ କରିଥିଲା ଯେ, ଆପଣଙ୍କୁ ରାସନ ମାଫିଆଙ୍କ ପ୍ରତି ଏତେ ଦରଦ କାହିଁକି ପ୍ରଧାନମନ୍ତ୍ରୀ ସାର୍ ? ଦେଶରେ ସ୍ମାର୍ଟଫୋନ୍‌, ପିଜ୍ଜା ଓ ବର୍ଗର ପରି ଜିନିଷର ହୋମ ଡେଲିଭରୀ ହେଉଛି, କିନ୍ତୁ ରାସନର ହୋମ ଡେଲିଭରୀ କାହିଁକି ହେବନାହିଁ । ମହାମାରୀରେ ଅନେକ ଗରିବଙ୍କ ଚାକିରି ଯାଇଛି, ଘରେ ବେକାର ହୋଇ ବସି ରହିଛନ୍ତି ଲୋକେ । କୋର୍ଟ ଯୋଜନା ବିରୁଦ୍ଧରେ କୌଣସି ଆପତ୍ତି ଉଠାଇ ନାହାନ୍ତି, କିନ୍ତୁ ଏବେ ଯୋଜନାକୁ କାହିଁକି ଖାରଜ କରାଗଲା । ଲୋକେ ବାହାରକୁ ଯାଇ ପାରୁନାହାନ୍ତି , ସେଥିପାଇଁ ଏହି ଯୋଜନା ଆରମ୍ଭ କରିବାକୁ ଚାହୁଁଥିଲୁ । କେଜ୍ରିୱାଲ କହିଛନ୍ତି କେନ୍ଦ୍ର ସରକାରଙ୍କ ଅଧିକାରୀ କହୁଛନ୍ତି ରାସନ କେନ୍ଦ୍ରର, ତେବେ ଦିଲ୍ଲୀ କ୍ରେଡିଟ୍ କାହିଁକି ନେବ ? ମୋର ମାଗଣା ବାହାବା ଦରକାର ନାହିଁ, ଦୟାକରି ନିୟମ ଲାଗୁ କରିବାକୁ ଅନୁମତି ଦିଅ । ଅନୁମତି ପ୍ରଦାନ କଲେ ସାରା ଦୁନିଆର ଲୋକଙ୍କୁ କହିବି ଏହି ଯୋଜନା ମୋଦି ଜି ଲାଗୁ କରିଛନ୍ତି । ଏହି ରାସନ ମୋଦିଙ୍କର ନୁହେଁ କି ଆମ ଆଦମି ପାର୍ଟିର ନୁହେଁ । ରାସନ ଦେଶର ଲୋକଙ୍କର ଏବଂ ରାସନ ଚୋରି ରୋକିବାର ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କର ।

Breaking News