ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରୀ ୧୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ଡଟ୍ ଫେଷ୍ଟ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଇଡକଲ ପ୍ରଦର୍ଶନୀ ପଡିଆର ବାମ ୩୦ ରୁ ଅଧିକ ଷ୍ଟଲରେ ହେବ ଇଣ୍ଟରନ୍ୟାସନାଲ ଫୁଡ୍ ଫେଷ୍ଟିଭାଲ୍। ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟ ସହିତ ସ୍ଥାନ ପାଇବ ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ଖାଦ୍ୟ। ୧୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ବହୁ କଳାକାର ମଧ୍ୟ ଯୋଗ ଦେବେ। ଡଟ୍ ଫେଷ୍ଟରେ ପାଇଁ ଆଜି ପ୍ରଦର୍ଶନୀ ପଡ଼ିଆ ଓ ଏକ।ମ୍ର ହାଟ ଠାରେ ପ୍ରସ୍ତୁତି କରାଯାଉଛି। ଡଟ୍ ଫେଷ୍ଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ଠାରେ ପ୍ରସ୍ତୁତି ବୈଠକ ମଧ୍ୟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଡଟ୍ ଫେଷ୍ଟ ପାଇଁ ବ୍ୟାପ ପୋଲିସ ଫୋର୍ସ ମୁତୟନ କରାଯିବ। ୧୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୫ ପ୍ଲାଟୁନ ଟ୍ରାଫିକ୍ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..