ରିପୋର୍ଟ କାର୍ଡ / ନୂଆଦିଲ୍ଲୀ /ଭୁବନେଶ୍ୱର
ପବିତ୍ର ରଥଯାତ୍ରା ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାଷ୍ଟ୍ରପତି ଲେଖିଛନ୍ତି, ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଦେଶବିଦେଶରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଗଣଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଅଛି । ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି । ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ । ଏହି ଶୁଭ ଅବସରରେ ଦେଶ ଓ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି । ଜୟ ଜଗନ୍ନାଥ .
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ଲେଖିଛନ୍ତି, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହା ଭାରତର କାଳଜୟୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଅଭିବ୍ୟକ୍ତି । ରଥଯାତ୍ରା ସହ ଜଡିତ ପରମ୍ପରା ଭାରତ ଏବଂ ବିଶ୍ୱର ଅନେକ ପିଢ଼ିକୁ ପ୍ରେରଣା ଦେଇଛି । ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଏବଂ ନିଃସ୍ୱାର୍ଥପର ସେବାକୁ ପ୍ରତିଫଳିତ କରେ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ । ସେ ଆମକୁ ସମସ୍ତ ପ୍ରୟାସ ପାଇଁ ଶକ୍ତି ଦିଅନ୍ତୁ ଏବଂ ସମାଜରେ ଏକତାର ଭାବନାକୁ ଆହୁରି ସୁଦୃଢ଼ କରନ୍ତୁ । ଜୟ ଜଗନ୍ନାଥ ।






More Stories
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..