ରିପୋର୍ଟ କାର୍ଡ / ବଲାଙ୍ଗୀର
ଶାଶୁ -ବୋହୂଙ୍କ ଗଳାକାଟି ହତ୍ୟା କରାଯାଇଛି | ଏଭଳି ଜଘନ୍ୟ ଡବଲ ମର୍ଡର ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ । ଏକ ଘର ଭିତରରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉଭୟ ସମ୍ପର୍କରେ ଶାଶୁ, ବୋହୂ ହେବେ। ମୃତକ ଦ୍ୱୟ ହେଲେ ଶାଶୁ ପ୍ରେମଶିଳା ମେହର ଓ ବୋହୂ ଅମ୍ବିକା ମେହର। ସୂଚନା ଅନୁସାରେ, ଅମ୍ବିକାଙ୍କ ସ୍ୱାମୀ ସୁଧାଂଶୁ ନୂଆପଡ଼ା ଗାଁ ଛକରେ ସୁନା ଦୋକାନ କରିଛନ୍ତି। ସେ ସକାଳେ ଦୋକାନକୁ ଗଲାପରେ ଶାଶୁ, ବୋହୂ ଘରେ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଆସି ସେମାନଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଅମ୍ବିକାଙ୍କ ଭାଇ କୌଣସି କାମ ପାଇଁ ଭଉଣୀ ଘରକୁ ଆସିଥିଲେ। ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ସୁଧାଶୁଂଙ୍କୁ ଖବର ଦେଇଥିଲେ। ଅମ୍ବିକାଙ୍କ ଭାଇ ନୂଆପଡ଼ା ଗାଁରେ ନିକଟରେ ରହୁନ୍ତି। ତେବେ ଶାଶୁ ବୋହୂଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
More Stories
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ….