Report Card Odisha

| Daily Odia News

ସ୍ୱପ୍ନରେ ଏହି ସବୁ ଦେଖୁଛନ୍ତିକି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୋଇଲା ବେଳେ ଆମେ ଅନେକ ସ୍ବପ୍ନ ଦେଖିଥାଉ | ଏପରି କିଛି ସ୍ୱପ୍ନ ରହିଛି, ଯାହାକି ଅନେକ ସଂକେତ ଦେଇଥାଏ | ଏମିତି କିଛି ସ୍ବପ୍ନ ଅଛି ଯାହାର ସଙ୍କେତ ବିବାହ ହେବାର ସୂଚନା ଦେଇଥାଏ। ଯଦି କୌଣସି ଯୁବକ ସ୍ୱପ୍ନରେ ସୁନ୍ଦର ରଙ୍ଗର ପୋଷାକ କିମ୍ବା କୌଣସି ମହିଳା,ଝିଅ ସୁନ୍ଦର ରଙ୍ଗର ପୋଷକ ପିନ୍ଧିଥିବା ଦେଖନ୍ତି, ତେବେ ଆପଣଙ୍କୁ ଶାନ୍ତ ଧେର୍ୟ୍ୟବାନ ସ୍ତ୍ରୀ ପ୍ରାପ୍ତି ହେବ। ସ୍ୱପ୍ନରେ ସୁନାର ଅଳଙ୍କାର ଉପହାର ମିଳିବା ଦେଖିଲେ, ଏହା ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ। ପ୍ରେମୀଯୁଗଳ ଯଦି ଆପଣଙ୍କ ସ୍ୱପ୍ନରେ ବଗିଚାରେ ବୁଲୁଥିବାର ଦେଖିଲେ, ପ୍ରେମରେ ଶୀଘ୍ର ସଫଳତା ମିଳିଥାଏ। ସ୍ୱପ୍ନରେ ବିଲେଇ ଦେଖିଲେ , ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇ ପାରେ। ସ୍ୱପ୍ନରେ ମୟୁର ପୁଚ୍ଛ କିମ୍ବା ବଂଶୀ ଦେଖିବା ଉତ୍ତମ ଜୀବନସାଥୀ ସହ ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ। ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ମଧ୍ୟ ଶୁଭଙ୍କର। ଏହାଦ୍ୱାରା ଅଟକି ଥିବା କାମରେ ସଫଳତା ମିଳିଥାଏ। ଗୃହରେ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।

Breaking News