ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଗାଡ଼ି ସହିତ ଯାଉଥିବା ଗାଡ଼ିର ଜଣେ ଡ୍ରାଇଭର୍ଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି | ଗାଡ଼ି ଚାଳନାରେ ଅବହେଳା କରିଥିବା କାରଣରୁ ପୋଲିସ ପଚରା ଉଚରା ପରେ ତାଙ୍କୁ ପୁଣି ଛାଡ଼ି ଦିଆଯାଇଛି । ସୂଚନା ଅନୁସାରେ, ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ ସହିତ ଯାଉଥିବା କେତୋଟି କାର୍ ମଧ୍ୟରୁ ଗୋଟିଏ ‘ୟୁଏଇ’ର ରାଷ୍ଟ୍ରପତି ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନାହିୟାନ୍ ରହୁଥିବା ‘ତାଜ୍ ହୋଟେଲ୍’କୁ ପଶିଯାଇଥିଲା। ସେ କାର୍ଟିରେ କେତୋଟି ଷ୍ଟିକର୍ ଲଗାଯାଇଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ନିରାପତ୍ତା ଅଧିକାରୀମାନଙ୍କ ନିକଟକୁ ‘ଫ୍ଲାସ୍ ମେସେଜ୍’ ଚାଲିଆସିଥିଲା। ଜେରା କରାଯିବାରୁ ଉକ୍ତ ଡ୍ରାଇଭର୍ କହିଲେ କି, ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍ ରହୁଥିବା ‘ଆଇଟିସି ମୌର୍ଯ୍ୟ’ରେ ସେ ସକାଳ ୯.୩୦ରେ ପହଞ୍ଚିବାର ଥିଲା। କିନ୍ତୁ, ଲୋଧି ଇଷ୍ଟେଟ୍ ଏରିଆରୁ ଆଣିଥିବା ଜଣେ ବ୍ୟବସାୟୀଙ୍କୁ ଛାଡ଼ିବାକୁ ସେ ‘ତାଜ୍ ହୋଟେଲ୍’ରେ ପହଞ୍ଚିଥିଲେ। ପ୍ରୋଟୋକଲ୍ ସମ୍ବନ୍ଧରେ ଜାଣି ନ ଥିବା କଥା ଡ୍ରାଇଭର୍ ସ୍ବୀକାର କରିଥିଲେ। ଜେରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। କିନ୍ତୁ, ନିରାପତ୍ତା ଅଧିକାରୀମାନେ ଆଉ ତାଙ୍କୁ ବାଇଡେନ୍ଙ୍କ ଗାଡ଼ି ସହିତ ଯାତ୍ରା କରିବାକୁ ଅନୁମତି ଦେଇ ନ ଥିଲେ।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..