Report Card Odisha

| Daily Odia News

ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପୁଣି ଡ୍ରପ୍ ଆଉଟ୍ ସଂଖ୍ୟା ବୃଦ୍ଧି ହୋଇଛି । ବିଧାନସଭାରେ ଡ୍ରପ ଆଉଟ୍ ନେଇ ତଥ୍ୟ ପ୍ରଦାନ କରାଯାଇଛି । ପୂର୍ବ ବର୍ଷ ୧୨ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ୧୫ ପ୍ରତିଶତ ହୋଇଛି । ଝିଅଙ୍କ ତୁଳନାରେ ପୁଅଙ୍କ ଡ୍ରପ ଆଉଟ୍ ହାର ଅଧିକ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆହୁରି ମଧ୍ୟ କହିଛନ୍ତି ଯେ, ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ପାଠପଢା ଛାଡୁଛନ୍ତି | ନବମ ଓ ଦଶମ ଶ୍ରେଣୀରେ ୧୫ ପ୍ରତିଶତ ପିଲା ପାଠ ଛାଡିଛନ୍ତି । ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି । ନବମ ଓ ଦଶମ ଶ୍ରେଣୀରେ ୧୨.୫ % ଝିଅ ପାଠ ଛାଡି ଥିବା ବେଳେ ୧୭.୩ % ପୁଅ ପାଠ ଛାଡିଛନ୍ତି | ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨% ଡ୍ରପ୍ ଆଉଟ ଥିବା ବେଳେ ଝିଅ ପାଠ ପଢା ଛାଡିବା ପ୍ରତିଶତ ୨.୬ % ପୁଅମାନଙ୍କ ପାଠ ଛାଡିବା ପ୍ରତିଶତ ୩.୭ ରହିଛି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭ % ପିଲା ପାଠପଢା ଛାଡିଛନ୍ତି । ସେଥିରୁ ୦.୩ ପ୍ରତିଶତ ଝିଅ, ୧.୧ % ପୁଅ ପାଠ ଛାଡିଛନ୍ତି । ୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ ୨୦୨୪-୨୫ରେ ବଢିଛି ଡ୍ରପ୍ଆଉଟ ହାର ।

Breaking News