ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସମ୍ମିଳନୀରେ ରାମଦାସ କହିଛନ୍ତି ଦେଶରେ ପ୍ରଚଳିତ ଡ୍ରଗ୍ସ ଆଇନରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ଏହି ଘଟଣାରେ ଧରାପଡିଥିବା ଯୁବକମାନଙ୍କୁ ଜେଲ ପଠାଇବା ପରିବର୍ତ୍ତେ ସୁଧାର ଗୃହକୁ ପଠାଯିବା ଉଚିତ। ରାମଦାସ କହିଛନ୍ତି, ମଦ୍ୟପାନକାରୀଙ୍କୁ ଜେଲକୁ ପଠାଯାଉ ନାହିଁ, କିନ୍ତୁ ଆଇନରେ ଏପରି ଏକ ବ୍ୟବସ୍ଥା ଅଛି ଯେ ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି ସେମାନଙ୍କୁ ଜେଲକୁ ପଠାଯାଇପାରିବ। ସେ କହିଛନ୍ତି ଯେ ଏହି ଆଇନରେ ପରିବର୍ତ୍ତନ ଆଣିବା ଜରୁରୀ। ଆମ ମନ୍ତ୍ରଣାଳୟ ଅନୁଭବ କରୁଛି ଯେ ନିଶା ସେବନ ଅଭିଯୁକ୍ତଙ୍କୁ ଜେଲକୁ ପଠାଯିବା ଉଚିତ ନୁହେଁ ବରଂ ସେମାନଙ୍କର ସୁଧାର ପାଇଁ ଉଦ୍ୟମ କରାଯିବା ଆବଶ୍ୟକ। ଗତ ୨୧ ଦିନ ଧରି ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜେଲରେ ଅଛନ୍ତି। ଚଳିତ ମାସ ୭ ତାରିଖରେ ଆର୍ଯନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ପଠାଯାଇଥିଲା, କିନ୍ତୁ ସେବେଠାରୁ ସେ ଏହି ମାମଲାର ସମସ୍ତ ଶୁଣାଣି ସତ୍ତ୍ୱେ ଜାମିନ ପାଇପାରି ନାହାନ୍ତି। ଏପରିସ୍ଥଳେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……