ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଏନସିବି | ଏନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି । ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଶନିବାର ବିଳମ୍ବିତ ରାତିରେ ଚଢାଉ ପରେ ଏନ୍ସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ଆଠ ଜଣ ଯାତ୍ରୀଙ୍କ ବ୍ୟତୀତ ଜଣେ ହାଇ ପ୍ରୋଫାଇଲ୍ ଡ୍ରଗ୍ ବେପାରୀ ଶ୍ରେୟସ୍ ନାୟାରଙ୍କୁ ସୋମବାର ଏନସିବି ଗିରଫ କରିଛି। ତାଙ୍କୁ ଆର୍ୟନ୍ ଏବଂ ଅରବାଜ୍ ମର୍ଚାଣ୍ଟଙ୍କ ହ୍ବାଟସ୍ଆପ୍ ଚାଟ୍ ଆଧାରରେ ଗୋରେଗାଓଁରୁ ଗିରଫ କରାଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ‘ଡାର୍କ ୱେବ୍’ ମାଧ୍ୟମରେ ଡ୍ରଗ୍ସ ପାଇଁ ଅର୍ଡର ଗ୍ରହଣ କରିଥିଲେ ଏବଂ ବିଟକଏନ୍ ରେ ପେମେଣ୍ଟ ନେଇଥିଲେ। ଏନବିସିରେ ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ ଏବଂ ୨୨ ବଟିକା ସମେତ ନିଷିଦ୍ଧ ନିଶା ପଦାର୍ଥ ଉଦ୍ଧାର କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧.୩୩ ଲକ୍ଷ ଟଙ୍କା। କ୍ରୁଜ୍ ଉପରେ ଦ୍ୱିତୀୟ ପର୍ଯ୍ୟାୟ ଚଢାଉ ସମୟରେ ବିପୁଳ ପରିମାଣର ମେଫେଡ୍ରୋନ୍ ଜବତ କରାଯାଇଥିବା ଜଣାପଡ଼ିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..