ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲିର ବିଧାୟକ ପ୍ରାର୍ଥୀ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ରୁଦ୍ର ମହାରଥୀଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି । ପିପିଲିର ନବନିର୍ବାଚିତ ବିଧାୟକ ହେଉଛନ୍ତି ରୁଦ୍ର ମହାରଥୀ । ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରୁଦ୍ର । ବାପା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବାଦିମାତ୍ କରିଥିଲେ ରୁଦ୍ର ପ୍ରତାପ ମହାରଥୀ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..