ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାଇଟ୍ କ୍ଲବ୍ ରେ ଜଣେ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗରେ ‘ଆଇପିଏସ୍’ ଅଫିସର୍ ଏ. କୋଆନ୍ଙ୍କୁ କାର୍ଯ୍ୟରୁ ଅନ୍ତର | ଗୋଆ ସରକାର ଏଭଳି ନିଷ୍ପତ୍ତି ନେଇଥିବା ନେଇ ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ‘ଆଇପିଏସ୍’ ଅଫିସର୍ ଏ. କୋଆନ୍ ଗୋଆର ଡେପୁଟି ଇନ୍ସ୍ପେକ୍ଟର୍ ଜେନେରାଲ୍ (ଡିଆଇଜି) ଭାବେ ନିଯୁକ୍ତି ପାଇଥିଲେ। ‘ଗୋଆ ଫର୍ୱାର୍ଡା ପାର୍ଟି’ର ବିଧାୟକ ବିଜୟ ସରଦେଶାଇ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବାରୁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରତିଶ୍ରୁତି ଦେଇ କହିଲେ,କ୍ଲବ୍ରେ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ସମ୍ପୃକ୍ତ ‘ଆଇପିଏସ୍’ ଅଫିସର୍ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଆଚରଣ ଅସହଣୀୟ। କେଲାନ୍ଗୁଟେସ୍ଥିତ ଉକ୍ତ ନାଇଟ୍ କ୍ଲବ୍ରେ ଘଟିଥିବା ଘଟଣାର ଭିଡିଓ କ୍ଲିପ୍ ମଧ୍ୟ ମିଳିଛି । ଭିଡିଓ ଦେଖିବାକୁ ମିଳିଛି କି ହ୍ୟାଟ୍ ପିନ୍ଧି ମଦ୍ୟପାନ କରୁଥିବା ‘ଡିଆଇଜି’ଙ୍କ ସହିତ ଜଣେ ଉତ୍କ୍ଷିପ୍ତା ମହିଳା ଯୁକ୍ତିତର୍କ କରୁଛନ୍ତି। ନାଇଟ୍ କ୍ଲବ୍ର ‘ବାଉନ୍ସର୍’ମାନେ ସେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ସେଥିରେ ଦେଖିବାକୁ ମିଳିଛି କି ତଳେ ପଡ଼ିଯାଇଥିବା ହ୍ୟାଟ୍କୁ ‘ଡିଆଇଜି’ ଉଠାଇ ନେଇ ପୁଣି ପିନ୍ଧୁଛନ୍ତି।






More Stories
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..