ରିପୋର୍ଟ କାର୍ଡ / ଭୁବନେଶ୍ବର
ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ୟୁଏଇର ଦୁବାଇରେ ଆୟୋଜିତ ଦୁବାଇ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ରବିବାର ଖେଳାଯାଇଥିବା ଏସ୍ଏଲ-୩ ଏକକ ବର୍ଗ ଫାଇନାଲରେ ନିଜ ଦେଶର ନିତିଶ କୁମାରଙ୍କୁ ୧୯-୨୧, ୨୧-୧୭ ଓ ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ପ୍ରଥମ ସେଟ୍କୁ ୧୯-୨୧ରେ ହାରି ଯାଇଥିବାବେଳେ ଦ୍ବିତୀୟ ସେଟ୍ରେ ପ୍ରତ୍ୟାବର୍ତ୍ତନ କରି ୨୧-୧୭ରେ ଜିତି ନେଇଥିଲେ। ଅନ୍ତିମ ସେଟ୍କୁ ପ୍ରମୋଦ ୨୧-୧୭ରେ ଜିତି ଚମ୍ପିଆନ ହୋଇଥିଲେ। ଏହି ଫାଇନାଲ ମ୍ୟାଚ ୧ ଘଣ୍ଟା ୧ ମିନିଟ ଧରି ଚାଲିଥିଲା। ଦୁବାଇ ପାରା ବ୍ୟାଡମିଣ୍ଟନ ଏକକ ବର୍ଗରେ ବିଜେତା ହେବା ନେଇ ବହୁତ ଖୁସି। ଦୁର୍ଭାଗ୍ୟବଶତଃ ମିଶ୍ରିତ ଯୁଗଳ ବର୍ଗରେ କ୍ବାର୍ଟର ଫାଇନାଲରେ ପରାଜିତ ହେବାକୁ ପଡିଥିଲା। ମିଶ୍ରିତ ଯୁଗଳ ଯୋଡ଼ି ମନିଷା ବହୁତ ଭଲ ଖେଳାଳି। ଭବିଷ୍ୟତରେ ସେ ବହୁତ ଭଲ ପ୍ରଦର୍ଶନ କରିବେ ବୋଲି ପ୍ରମୋଦ କହିଛନ୍ତି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..