ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନ ର ଆଦେଶ ଅନୁଯାୟୀ ପୂର୍ବରୁ ଥିବା ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି | ପ୍ରଥମ ସାଧାରଣ ସଭା ଗତ ୧୪ ତାରିଖ ରେ ଡକାଯାଇଥିଲା | କିନ୍ତୁ କୋରମ ଅଭାବରୁ ହୋଇପାରି ନଥିଲା | ସେଥି ପାଇଁ ରବିବାର ସାଧାରଣ ସଭା ନେଇ ସ୍ଥିର କରା ଯାଇ ଥିଲା | ପୂର୍ବରୁ ପରିଷଦ ର କର୍ମକର୍ତ୍ତା ନିମନ୍ତେ ମନୋନୟନ ପତ୍ର ନିର୍ଦ୍ଧିଷ୍ଟ ସମୟ ରେ ଦାଖଲ କରିବାକୁ ନିର୍ବାଚନ ଅଧିକାରୀ ରବିନାରାୟଣ ମିଶ୍ର ଅନୁରୋଧ କରିଥିଲେ | ପରିଷଦରର ୧୭ ଟି ପଦବୀ ନିମନ୍ତେ ୧୮ଜଣ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ଜଣଙ୍କ ର ତ୍ରୁଟି ଯୋଗୁଁ ମନୋନୟନ ପତ୍ର ବାତିଲ କରାଯାଇଥିଲା | ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି, ସମ୍ପାଦକ ଭାବରେ ନାରାୟଣ ମହାପାତ୍ର, ଉପ ସଭାପତି ଶ୍ରୀ ରବିନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବରେ ଅଜୟ ହରିଚନ୍ଦନ କୋଷାଧ୍ୟକ୍ଷ ଭାବେ ସୁରେଶ ମିଶ୍ର, ସହ କୋଷାଧ୍ୟକ୍ଷ ଭାବେ ଗୌରାଙ୍ଗ ନାୟକ, ଅକ୍ଷୟ ଉପାଧ୍ୟାୟ ମନୋନୟନ ପତ୍ର ଦାଖଲ କରିଥିଲେ | ୧୦ଟି କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ଦାଶରଥି ସାମନ୍ତରାୟ, ରାଧାବଲ୍ଲଭ ସିଂହ, ପ୍ରଭାକର ମଲ୍ଲିକ, ରବୀନ୍ଦ୍ର ଜେନା,ଏ କାମେଶ୍ୱର୍ ରାଓ, ନିରଞ୍ଜନ ଦାଶ, ଗାନ୍ଧୀ ଚୌଧୁରୀ, ବିଷ୍ଣୁ ମହାନ୍ତି, ଅଖିଳ କୁମାର ସାହୁ, ବିଷ୍ଣୁପଦ ଦାଶ, ପ୍ରମୁଖ ମନୋନୟନ ପତ୍ର ଦାଖଲ କରିଥିଲେ, ଆଜିର ସାଧାରଣ ସଭା ଏହାକୁ ଅନୁମୋଦନ କରିଥିଲା | ଏହା ନିର୍ବାଚନ ଅଧିକାରୀ ରବିନାରାୟଣ ମିଶ୍ର ସଭାରେ୨୦୨୨-୨୭ ନିମନ୍ତେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଶ୍ରୀମତି ସଞ୍ଚିତା ମହାନ୍ତି ପୂର୍ବ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଠାରୁ ପୁସ୍ତିକା ରେ ଦସ୍ତଖତ କରି ଦାୟିତ୍ଵ ଗ୍ରହଣ କରିଥିଲେ | ପୂର୍ବତନ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ନୂତନ କର୍ମକର୍ତ୍ତା ମାନଙ୍କୁ ଅନୁଷ୍ଠାନ ନିମନ୍ତେ ସ୍ଵେଚ୍ଛାକୃତ ଭାବେ କାମ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟ ରେ ଶପଥ ପାଠ କରାଇଥିଲେ | ଶ୍ରୀମତି ସଂଚିତା ମହାନ୍ତି ସଭାପତି ମତ ଅନୁଯାୟୀ ପ୍ରଭାତ କୁମାର ନନ୍ଦଙ୍କୁ ମୁଖ୍ୟ ଉପଦେଷ୍ଟା ରବିନାରାୟଣ ମିଶ୍ର ଓ ବାଳକୃଷ୍ଣ ପଣ୍ଡା ଙ୍କୁ ଉପଦେଷ୍ଟା ମଣ୍ଡଳୀ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସର୍ବ ସମ୍ମତି କ୍ରମେ ଏହାକୁ ଗ୍ରହଣ କରାଯାଇଛି | ଏହି ସାଧାରଣ ସଭା ରେ ବହୁ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ |






More Stories
୨୪ ରୁ ବରଗଡ଼ ଧନୁଯାତ୍ରା…..
ବିଜେଡି ନେତାଙ୍କ ଘରେ IT ରେଡ…..
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ…..