ରିପୋର୍ଟ କାର୍ଡ / କଟକ
କଟକରେ ନକଲି ସସ୍, ହଳଦୀ ଗୁଣ୍ଡ, ଜର୍ଦା, ଘିଅ ଆଦି ଠାବ ହେବା ପରେ ବର୍ତ୍ତମାନ ନକଲି କ୍ଷୀର ମୁଳୁଥିବା ଖବର ସାମ୍ନାକୁ ଆସିଛି | କଟକ ଜଗତପୁର ଥାନା ଆତୋଡା ଛକରେ ଥିବା ନକଲି କ୍ଷୀର କମ୍ପାନୀରେ ସୋମବାର ଚଢାଉ ହୋଇଛି । କମିଶନରେଟ୍ ପୋଲିସର ଏକ ଟିମ କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ କ୍ଷୀର ଜବତ କରିଛି । ଅପମିଶ୍ରଣ କ୍ଷୀରରେ ରାସାୟନିକ ଗୁଣ୍ଡ ମିଶୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅପମିଶ୍ରଣ ଅଭିଯୋଗରେ ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । କମ୍ପାନୀକୁ ସିଲ୍ କରାଯାଇ ପରୀକ୍ଷା ପାଇଁ କ୍ଷୀର ସାମ୍ପଲକୁ ପଠାଯାଇଛି। ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….