ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରୁଥିଲେ ପଡ଼ୋଶୀ । ହେଲେ ଏତିକି ବେଳେ ପହଞ୍ଚିଗଲେ ମାଙ୍କଡ଼ ପଲ। ମାଙ୍କଡ଼ ଅଭିଯୁକ୍ତକୁ ଗୋଡ଼ାଇବା ସହିତ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଯାହାଫଳରେ ଦୁଷ୍କର୍ମରୁ ରକ୍ଷା ପାଇଯାଇଛି ଶିଶୁଟି। ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟ ଅନ୍ତର୍ଗତ ବାଘପତରେ। ଝିଅର ପରିବାର ଲୋକଙ୍କ ଅଭିଯୋଗ ଆଧାରରେପୋଲିସ ଏକ ମାମଲା ରୁଜୁ କରି ଫେରାର ଥିବା ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି। ଝିଅର ପରିବାର ଲୋକଙ୍କ କହିବା ଅନୁସାରେ, ଅଭିଯୁକ୍ତ ଜଣକ ୟୁକେଜିରେ ପଢୁଥିବା ତାଙ୍କ ଛୋଟିଆ ଝିଅଟିକୁ ବାହାନା ଦେଖାଇ ଏକ ନିଛାଟିଆ ସ୍ଥାନରେ ଥିବା ପରିତ୍ୟକ ଘରକୁ ନେଇଯାଇଥିଲା। ସେଠାରେ ଝିଅଟିକୁ ନିବସ୍ତ୍ର କରି ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ସେହି ସମୟରେ କିଛି ମାଙ୍କଡ଼ ପଲ ପହଞ୍ଚି ଯାଇଥିଲେ। ଏହା ପରେ ମାଙ୍କଡ଼ମାନେ ଅଭିଯୁକ୍ତକୁ ପ୍ରଥମେ ଭୟଭୀତ କରାଇଥିଲେ। କିନ୍ତୁ ଅଭିଯୁକ୍ତ ଝିଅକୁ ଛାଡ଼ି ନ ଯିବାରୁ ମାଙ୍କଡ଼ ପଲ ତା’କୁ ଆକ୍ରମଣ କରିଥିଲେ। ଶେଷରେ ପ୍ରାଣ ବିକଳରେ ଅଭିଯୁକ୍ତ ସେହି ସ୍ଥାନରୁ ଚାଲିଯାଇଥିଲା। ଏହା ପରେ ଝିଅଟି ସେଠାରୁ ଖସି ଆସି ଘରେ ପହଞ୍ଚିଥିଲା। ଝିଅକୁ ଏପରି ଅବସ୍ଥାରେ ଦେଖି ପରିବାର ଲୋକେ ଘଟଣା ବିଷୟରେ ପଚାରି ବୁଝିବାରୁ ସତ୍ୟତା ଜଣାପଡ଼ିଥିଲା।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..