ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶାରଦୀୟ ଦୁର୍ଗା ପୂଜା ପାଇଁ ଶେଷ ପ୍ରସ୍ତୁତି | ଆସନ୍ତାକାଲି ମହାସପ୍ତମୀ | ଧାରାପୃଷ୍ଠାରେ ଧରାବତରଣ କରିବେ ଦୁର୍ଗତିନାଶିନୀ ମା ଦୁର୍ଗା | ଦୀର୍ଘ ଦୁଇବର୍ଷ ପରେ ଚଳିତ ବର୍ଷ ବିନା କରୋନା କଟକଣାରେ ହେବ ଦୁର୍ଗା ପୂଜା | ମହାମାରୀ କରୋନା ପାଇଁ ଦୁଇ ବର୍ଷ ପୂଜାରେ ଭକ୍ତ ଆଉ ମା ଙ୍କର ମିଳନ ହୋଇପାରିନଥିଲା | ମହାଆଡମ୍ବରରେ ସବୁଆଡେ ମାଙ୍କ ପୂଜା ଆର୍ଚ୍ଚନା ପାଇଁ ପ୍ରସ୍ତୁତି ଜୋରଦାର ହେଉଛି | ବିନା କଟକଣା ପୂଜା ପାଇଁ ଭକ୍ତଙ୍କ ମନରେ ଖୁସି କହିଲେ ନସରେ | ଗାଁ ଠୁ ସହର ସବୁଠି ଚଳ ଚଞ୍ଚଳ | ରଙ୍ଗୀନ ଆଲୋକରେ ଝଲସୁଛି ପୂଜା ତୋରଣ | ମୁର୍ତ୍ତି କାରିଗରୀ ମାନେ ଆଜି ମୂର୍ତ୍ତିରେ ଦେଉଛନ୍ତି ଶେଷ ସ୍ପର୍ଶ |






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..