ରିପୋର୍ଟ କାର୍ଡ / କଟକ
ଦୁର୍ଗା ପୂଜା ଭସାଣିରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ହେବନି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାପୂଜା ପାଇଁ ପୂର୍ବରୁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଥିଲା। ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦିଆଯାଇଥିଲା । ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ଏବେ ବୈଠକରେ ଲେଜର ଲାଇଟ୍ ଓ ଫାୟାର ଗନ୍ ଆଦୌ ବ୍ୟବହାର ହେବନି ବୋଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପୁଣି ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ଗୁରୁତ୍ବ ଦିଆଯାଇଛି । କହିରଖୁଛୁ ବୈଠକରେ ଜିଲାପାଳ, ମେୟର, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..