ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ୨ ବର୍ଷାପରେ ଜମିଛି ପାର୍ବଣ | କରୋନା ପାଇଁ ପୂଜାପର୍ବ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଚଳିତ ବର୍ଷ କୋରାନ କମିବାପରେ ପାର୍ବଣ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି | ବିନା କଟକଣାରେ ଦୁର୍ଗା ପୂଜା ହେବ | ଭୁବନେଶ୍ୱରରେ ହେବ ୧୭୮ଟି ମେଢ଼। ପୂର୍ବ ଭଳି ଭସାଣି ପାଇଁ ନିର୍ମାଣ ହେବ ଅସ୍ଥାୟୀ ବିସର୍ଜନ ପୋଖରୀ। ମେଳାରେ ଖାଦ୍ୟର ମାନ ପରଖିବା ପାଇଁ ୭ ଜଣ ଫୁଡ୍ ଇନ୍ସପେକ୍ଟର ରହିବେ । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି । ଦୁର୍ଗା ପୂଜାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବିଭିନ୍ନ ବିଭାଗ ସହ ବିଏମ୍ସିର ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ମେୟର, କମିଶନରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ- ଗଣେଶ ପୂଜା ମଧ୍ୟ ବିନା କଟକଣାରେ ଉତ୍ସାହର ସହିତ ପାଳିତ ହୋଇଥିଲା |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..