ରିପୋର୍ଟ କାର୍ଡ / କୋକସରା ( ସନତ ପ୍ରଧାନୀ )
କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ଭୁର୍ଷାଗୁଡା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲେ। ଏହି ସମୟରେ ନିର୍ବାଚନ ପ୍ରଚାର ରେ ଯାଉଥିବା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହେମନ୍ତ ମାଝୀ ଦୁର୍ଘଟଣା ରେ ଆହତ ହୋଇଥିବା ଯୁବକ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ଆହତ ଯୁବକ ମାନେ ଧର୍ମଗଡ ବ୍ଲକ ବେହେରା ଗ୍ରାମର ଟିକଚନ ଗୋପାଳ, ମୋହନ ଗୋପାଳ ଓ ବିରଞ୍ଚି ଗୋପାଳ ବୋଳି ଜଣାପଡିଛି। ସେମାନେ କୌଣସି ଏକ ବିବାହ ରେ ଯୋଗ ଦେଇ ଫେରୁଥିବା ବେଳେ ପରସ୍ପର ବାଇକ ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି।






More Stories
ଚନ୍ଦ୍ରଶେଖରପୁରରେ ଯୁବକଙ୍କ ମୃତ୍ୟୁ: ଥାର୍ ଚଢାଇ ହତ୍ୟା!…..
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ଟ୍ରେନ୍ରେ ସେଲ୍ଫି ନେବା ବେଳେ ଜଳିଗଲେ…..