ରିପୋର୍ଟ କାର୍ଡ / କୋରାପୁଟ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ ପହଞ୍ଚି ଇ-କେଓ୍ବାଇସିି କରୁଥିଲେ ମଧ୍ୟ ଓଡ଼ିଶାର ବ୍ଲକ ପ୍ରଶାସନ ନିକଟରେ ଖବର ନ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ପଞ୍ଚାୟତର ନେରିଡିବାଲସାଧ ଗ୍ରାମର ଏକ ତେନ୍ତୁଳି ଗଛ ମୂଳେ। ସୂଚନା ମୁତାବକ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟରେ ପଡୁଥିବା ପିଲାମାନଙ୍କୁ ମିଳୁଥିବା ଆମ୍ମାଓ୍ବାଡି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଏହିପରି କିଛି ଯୋଜନାକୁ ନେଇ ଉକ୍ତ ରାଜ୍ୟର ସରକାରୀ କର୍ମଚାରୀ ଗ୍ରାମର ବୃଦ୍ଧାବୃଦ୍ଧ, ଅଙ୍ଗନଓ୍ବାଡ଼ି କେନ୍ଦ୍ର୍କୁ ଯାଉଥିବା କୁନିକୁନି ପିଲା ଏବଂ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଏକାଠି କରି ଆଧାର କେଓ୍ବାଇସିି କରୁଥିବା ଦେଖିବାକୁ ମିଳିଛି। ଯାହାକି ଉକ୍ତ ଆଧାର କେଓ୍ବାଇସିି ହୋଇ ପାରୁ ନ ଥିବା ପରି ସମସ୍ୟାକୁ ନେଇ ବିଗତଦିନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମର ମହିଳାମାନେ ଓଡ଼ିଶାର ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ଦୃଶ୍ୟକୁ ନେଇ ଅନେକ ଚାପଗ୍ରସ୍ତ ହୋଇଥିଲା ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ। ଏବେ ପୁଣି ଆନ୍ଧ୍ର ଏହିପରି ଆଧାର କେଓ୍ବାଇସିି କରିବା ଅନେକ କିଛି ଦର୍ଶାଉଛି। ସେପଟେ ଆନ୍ଧ୍ରର ସରକାରୀ କର୍ମଚାରୀ ଓଡ଼ିଶାର ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଆଧାର ଇ-କେଓ୍ବାଇସିି କରିବା ଦୃଶ୍ୟକୁ ନେଇ ଓଡ଼ିଶାର କୋଟିଆ ପଞ୍ଚାୟତର ସରପଞ୍ଚ ଲିଉ ଗେମେଲ ଆନ୍ଧ୍ର ଏହିପରି କରି ସୀମାନ୍ତ ଗ୍ରାମବାସୀଙ୍କୁ ଲୋଭ ଦେଖାଇ ବିଭିନ୍ନ ସରକାରୀ ଯୋଜନାକୁ ନେଇ କାର୍ଯ୍ୟ କରି ଲୋଭ ଦେଖାଇ ଚାଲିଛନ୍ତି। ତେଣୁ ଆନ୍ଧ୍ରର ଏହିପରି ଅନୁପ୍ରବେଶ ଉପରେ ହେଉ ବା କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଉପରେ ଓଡ଼ିଶାର ଜିଲା ଏବଂ ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ଉଚିତ। ଆମ ପ୍ରଶାସନର ଅବହେଳା ଯୋଗୁ ଆନ୍ଧ୍ର ଏହିପରି ବାରମ୍ବାର ଅନୁପ୍ରବେଶ କରିବା ପାଇଁ ସାହସ ପାଉଛି ବୋଲି ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି।
More Stories
ଆସନ୍ତାକାଲି ସଂସଦରରେ ଆଗତ ହୋଇପାରେ ଓ୍ବାକଫ୍ ବିଲ୍…..
ଆସନ୍ତାକାଲିଠୁ ଯୁକ୍ତ ଦୁଇ ଖାତାଦେଖା…..
ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ…..