ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ୨୦ରେ ପ୍ରଥମେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଓ ଜମସେଦପୁରରେ ଏହି ଝଟକା ଅନୁଭୂତ ହୋଇଛି । ଏହାର ଝଟକା ପ୍ରାୟ ୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନି। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଝାଡ଼ଖଣ୍ଡର ଖରସାବାଁ ଜିଲ୍ଲାରୁ ୧୩ କିମି ଦୂରରେ ଥିବା ଜଣାଯାଇଛି। ରାଞ୍ଚି ଓ ଜମସେଦପୁରର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିଯୋଗୁ ଲୋକେ ଭୟଭୀତ ହୋଇପଡିଥିବା ବେଳେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇ ନ ଥିବା ଜଣାନାହିଁ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..