ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂକମ୍ପରେ ଥରିଲା ଆସାମ। ବୁଧବାର ସକାଳ ୮ଟା ୪୫ରେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହାର ସୂଚନା ଦେଇଛି । ସେହିଭଳି ମେଘାଳୟ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି । ମେଘାଳୟରେ ସକାଳ ପ୍ରାୟ ୮.୪୫ରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଦାର୍ଜିଲିଂ ଓ କୁଚ ବିହାର ସମେତ ଉତ୍ତର ବଙ୍ଗର କିଛି ଅଂଶରେ ବି କମ୍ପନ ଅନୁଭୂତ ହୋଇଥିଲା ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..