ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଆଜି ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ୫୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ଫିଲିପାଇନ୍ସର ମାନିଲା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୧୫୭ କିଲୋମିଟର ଦୂରରେ ୬.୪ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏହି ଦୁଇ ଦେଶ ସହିତ ଇଣ୍ଡୋନେସିଆର ସମୁଦ୍ରରେ ମଧ୍ୟ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମୀ ହେବା ନେଇ ଚେତାବନୀ ଦିଆଯାଇ ନାହିଁ । ଭୂକମ୍ପରେ କୌଣସି କ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିନାହିଁ ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..